ସିଡିଏସ ପଦ ସମ୍ଭାଳିଲେ ଜେନେରାଲ ବିପିନ୍ ରାୱତ, ଯବାନଙ୍କ ପକ୍ଷରୁ ଗାର୍ଡ ଅଫ୍ ହନର୍

in #steempress5 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ପଦଭାର ଗ୍ରହଣ କରିଛନ୍ତି ଜେନେରାଲ ବିପିନ୍ ରାୱତ । ଏହାପୂର୍ବରୁ ଯବାନମାନେ ଆଜି ରକ୍ଷାମନ୍ତ୍ରାଳୟରେ ତାଙ୍କୁ ଗାର୍ଡ ଅଫ୍ ହନର ଦେଇଛନ୍ତି । ଏହାସହିତ ବିପିନ୍ ରାୱତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ପହଁଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି ତିନି କ୍ଷେତ୍ରର ସେନାଙ୍କୁ ଏକତ୍ର କରାଇବାକୁ ପ୍ରୟାସ କରିବେ । ଏହି ତିନି ସେନା ଏକତ୍ର ହୋଇ ଗୋଟେ ଟିମ୍ ଭଳି କାମ କରିବେ । ଯବାନମାନେ ସର୍ବଦା ରାଜନୀତିରୁ ଦୂରେଇ ରହିଥାନ୍ତି । ସେମାନେ କେବଳ ସରକାରଙ୍କ ଆଦେଶ ଅନୁଯାୟୀ କାମ କରିଥାନ୍ତି । ତିନି ସେନାଙ୍କ ପ୍ରତି ମୋ ବ୍ୟବହାର ସମାନ ରହିବ ।

ସିଡିଏସଙ୍କ ନୂତନ ବର୍ଦି ତିଆରି ହୋଇଯାଇଛି । ବର୍ଦିର ରଙ୍ଗ ପୂର୍ବ ଭଳି ଅଲିଭ୍ ଗ୍ରୀନ୍ ହେବ କିନ୍ତୁ ସେଥିରେ ବ୍ୟାଚ୍ ଏବଂ ଅନ୍ୟ ଜିନିଷ ସମ୍ପୂର୍ଣ୍ଣ ଅଲଗା ରହିବ । ଆଡିସନାଲ ଡାୟରେକ୍ଟର ଜେନେରାଲ ଅଫ୍ ପବ୍ଲିକ୍ ଇନଫରମେଶନ ପକ୍ଷରୁ ମଙ୍ଗଳବାର ଦିନ ବର୍ଦିରେ ଲାଗିବାକୁ ଥିବା ଜିନିଷର ଫଟୋ ସେୟାର କରିଛନ୍ତି ।

Coin Marketplace

STEEM 0.13
TRX 0.22
JST 0.030
BTC 81583.53
ETH 1861.55
USDT 1.00
SBD 0.81