Self story of a voter. in Indian politics, vote bank...

in #indian5 years ago
 ଏକ ଭୋଟ ଦାତାର ଆତ୍ମ କାହାଣୀ 

ପ୍ରଶ୍ନ ଭୋଟ ଦାତା ମହାଶୟ, ଆପଣ ଏଥର ଭୋଟ କାହାକୁ ଦେବେ,
ଉତର, ଦୀର୍ଘ ୨୦ବର୍ଷ ହେଲା ଯାହାକୁ ଦଉଛି।
ପ୍ରଶ୍ନ- ଆପଣ କଣ ସବୁ ଯୋଜନାର ସୁଫଳ ପାଇଛନୃିି ?
ବେଲ ପାଚିଲେ କୁଅାର କି ଯାଏ?
ପ୍ରଶ୍ନ- ତାହେଲେ ଚିହ୍ମବଦଳାଇ ଭୋଟ ଦେଉନାହାଁତି
ଉତର - ଭଡା ଘର ଅପେଖ୍ୟା ନିଜ ଘର ଭଲ।
ପ୍ରଶ୍ନ, ଯଦି କିଛି ପାଇ ନାହାଂତି ତାହାଲେ ଆପଣଙ୍କର ସମାଜରେ ଦବ,ଦବା ନଥିବ।ନଚେତ୍ ଗା ଟାଉଟର ନେତା ମାନକଂ ସାଙ୍ଗରେ ବସାଉଠା ନଥିବ।ନଚେତ୍ ବିଧାୟକଂକ କାର୍ଯ୍ୟସୁଚି ଦିନ ଜୀନ୍ଦାବାଦ୍ ଜୀନ୍ଦାବାଦ୍ ର ନାରା ଲଗାଉନଥିବେ।ଏଥିରୁ କେଉଁଟି ଠିକ୍।?
ଉତର , ଆଜ୍ଞା ଏଥିପାଇଁ ଆପଣଙ୍କୁ ଶୁଣିବାକୁ ଦଶ ମିନିଟ୍ ସମୟ ଲାଗିବ।ଆପଣ ରାଜିତ?
ପ୍ରଶ୍ନ, ଠିକ୍ଅଛି କୁହନ୍ତୁ।
ସଖ୍ୟେପରେ ଭୋଟ ଦାତାର ଉତର।
ସାର୍ , ଗୋଟିଏ ଦଳ ପାଇଁ ଯଥାକ୍ରମେ ମୁଁ ପାଞ୍ଚଟି ନିର୍ବାଚନ ର ସମୁଖୀନ ହୋଇଛି।ବିଗତ ଦିନରେ ଏମିତି କେତେ ଜୀନ୍ଦାବାଦ୍ ଜୀନ୍ଦାବାଦ୍ ର ନାରା ଲଗାଇଛି।ବିଧାୟକ ପାଇଁ ହୋଇଥିବା ପ୍ରାର୍ଥୀକଂ ଦେହକୁ ଲାଗିଲାଗି କେତେ ଗାଁ , ସାହି ବୁଲିଛି।କାରଣ ସବୁବେଳେ ମୋ ମୁଁହ ଟାକୁ ପ୍ରାର୍ଥୀ ମହୋଦୟ ଦେଖିଲେ କାଳେ ମୁଁ ଅଧିକା ଚିହ୍ନା ହୋଇଯିବି।ଲୋକମାନେ ଭାବିବେ ମୁଁ ଏମେଲେ,ମନ୍ତ୍ରୀ କଂର ପାଖଲୋକ।କାହାର କଣ କାମ ପଡିଲେ ଲୋକମାନେ ମୋତେ କହିବେ।କିନ୍ତୁ ଆଜ୍ଞା ଜିତି ସାରିଲା ପରେ ବିଧାୟକ ଏବଂ ପରେ ମନ୍ତ୍ରୀ ଶୁଣିଲା ବେଳକୁ ଛାତିଟା ଫୁଲିଯାଏ।
ଏକଦା ଅତି ଖୁସିରେ ସୁଦାମା ଦ୍ବାରିକା ଗଲାଭଳି ଦୃଶ୍ୟ ରେ କିଛି ପରିବର୍ତନ ମିଳେ।ମନ୍ତ୍ରୀ ପଚାରନ୍ତି କେଉଁଠୁ ଆସିଲ? ନାଁ କଣ? କଅଣ ପାଇଁ ଆସିଥିଲ? ଇଏ ହେଲା କର୍ମୀ ହେବାର କର୍ମଫଳ।
ଦିନ ବଦଳିବା ସାଥିରେ ପ୍ରାର୍ଥୀକଂର ବିଚାର ପ୍ରକ୍ରିୟା ରେ ପରିବର୍ତନ ହେବା ବାସୃୃବିକ୍ କଥା।ଗାଁ ମାନକଂର କିଛି ଆଗ ଧାଡିର ନେତା କଂ ହାତରେ ଶାସନ ଭାର ଛାଡି ଦିଆଗଲା।ଆଠ,ଦଶ ଲୋକକଂ ମର୍ଜୀ ରେ ଚାଲିଛି ସରକାରକଂ ଯୋଜନାର ରୁପାୟନ।ସତେ ଯେମିତିସରକାର କଂ ଦ୍ବାରା ଏମାନେ ନିଯୁକୃି ହୋଇଛନ୍ତି।ଯାହାକୁଇଛା ତାକୁ ଘର,ଭତା,ସାଇକେଲ,ଶିଖ୍ୟା,ଝିଅ ବିଭାଘର ପାଇଁ ଟକାଂ କରାଇ ଦିିଅନୃି।ବୁଢୀ ହୋଇ ଘୁଷୁରିଲାଣି ଭତାଟିଏ ନାହିଂ ଜବାନ୍ ଭେଣ୍ଡା ସ୍ରୀ ପୁରୁଷ କଂ ନାମରେ ବାର୍ଧକ୍ୟ ଭତା।କେବଳ କିଛି ହାତଗୁନ୍ଜା ଦେଇଦେଲେ କାମ ଶେଷ।ଗାଁ ଗଣ୍ଡା ରେ ତ ଡିଲର ବାବୁ ସାଖ୍ୟାତ୍ ଭଗବାନ୍।ଯାହାକୁ ଚାହିଁବେ କାର୍ଡ ରୁପି ବର ଦେଇଦେବେ।ଯାହାକୁ ଚାହିବେ କାର୍ଡ କାଟିଦେବେ।
ସରକାର କଂର ଶ୍ରମିକ କାର୍ଡ ଜରିଆରେ ଖବରକାଗଜ ରେ କେତେ କଣ ବାହାରୁଚି।କିନ୍ତୁ ଏହାର ଅଫିସ୍ କେଉଁଠାରେ।ଏହାର ସରକାରୀ କର୍ମଚାରୀ କିଏ? ଏସବୁ ଜାଣିବା ଦରକାର ନାହିଁ।ଗାଁ ଦଲାଲକୁ ହାତଗୁନ୍ଜା ପାଞ୍ଚହଜାର ଦେଇଦେଲେ ଝିଅ ବାହାଘର ପଚିଶ ହଜାର ଖୁବ୍ଶୀଘ୍ର ମିଳିଜିବ।ଦଶହଜାର ଦେଇଦେଲେ ନିର୍ମାଣଶ୍ରମିକ ଘର ମିଳିଜିବ।ସେଥିପିଇଁ କ୍ରମିକ ସଙ୍ଖ୍ୟା ର ଆବଶ୍ୟକତା ନାହିଁ।ତେବେ ଏମାନକଂର ପୃଷଟପୋଷକତା କିଏ? ପୃଷଟପୋସକ ଭାବୁଛନ୍ତି ଏମାନେ ହିଁ ପଞ୍ଚାୟତ ଟା ଯାକର ଭୋଟ ହାତରେ ଧରି ବୁଲୁଛନ୍ତି।ଯୋଉଠି ଯେତେବେଳେ ଚାହିବେ ଅଜାଡି ଦେବେ।
ବର୍ତମାନ୍ ସାଇକେଲ ର ପର୍ବ ଚାଲିଛି।ଟ୍ରକ୍ ଟ୍ରକ୍ ସାଇକେଲ ଗାଁ କୁ ବୁହାଚାଲିଛି।ଓଡିଶା ଟା ସାଇକେଲ ମୟ।ଘରେଘରେ ତିନି ଚାରିଟା ମଟରସାଇକେଲ।ଏ ସାଇକେଲ ଗୁଡାକର ଆବଶ୍ୟକତା କଣ ଭୋଟ ମେନ୍ଟାଇ ପାରିବ? ସାଇକେଲ କମ୍ପାନୀ ର ମଧୁଚନ୍ଦ୍ରୀକା ଏବଂ ଯୋଗାଣକାରୀ ସଂସ୍ଥା ମାଲାମାଲ,ଗୋଟିଏ ସାଇକେଲ ର ଦାମ୍ ୪୦୦୦ ଟଂକା ରୁ ଅଧିକ।ଏହାର ଅଧୀକତ୍ବ ଫଳରେ ଏହାର ବଜାର ମୁଲ୍ୟ ୭୦୦ଟକାଂ କ ୁଖସି ଆସିଛି। ନିର୍ବାଚନ ନଜିତିଲେ କିଛି ଫରକ୍ ନାହିଁ, କିନ୍ତୁ ଜିତିଲେ ନିଜ ବଜେଟ୍ ନିଜ ହାତରେ
ଜନତାଙ୍କଉପରେ ଜାହା ଚାହିଁବେ ତାହା ଲଦିଦେବେ।।ଆଜ୍ଞା ଆଜି ଏତିକି ଥାଉ।ମୋର ଅନ୍ୟ କାମ ପଡିଲାଣି। ନମସ୍କାର।

Posted using Partiko Android

Coin Marketplace

STEEM 0.16
TRX 0.15
JST 0.028
BTC 57807.79
ETH 2287.18
USDT 1.00
SBD 2.47